Welcome To BN News . Always With Common People .

Breaking

Saturday 30 March 2019

ଲୋକସଭା ନିର୍ବାଚନ: ଜାଣନ୍ତୁ ପ୍ରାର୍ଥୀଙ୍କ ଜମାନତ ରାଶି କ'ଣ, କିପରି ହେଉଛି ଜବତ

ଲୋକତନ୍ତ୍ରର ମହାପର୍ବ ଲୋକସଭା ନିର୍ବାଚନର ବିଗୁଲ ବାଜି ସାରିଛି । ସବୁ ଦଳର ବରିଷ୍ଠ ନେତା ନିର୍ବାଚନ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇଛନ୍ତି । ନିର୍ବାଚନ ରଣକୁ ଓହ୍ଲାଇାବାକୁ ଚାହୁଁଥିବା ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବା ଆରମ୍ଭ କରିସାରିଛନ୍ତି । ସାତଟି ଚରଣରେ ହେବାକୁ ଥିବା ନିର୍ବାଚନ ୧୧ ଏପ୍ରିଲରୁ ଆରମ୍ଭ ହୋଇ ୧୯ ମଇ ପର୍ଯ୍ୟନ୍ତ ହେବ । ନିର୍ବାଚନର ପରିଣାମ ୨୩ ମଇରେ ଆସିବ । ଏହି ପୂରା ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀ ଏକ ନିଶ୍ଚିତ ଜମାନତ ରାଶିକୁ ଜମା କରିବାକୁ ପଡିଥାଏ ଯାହା ନିର୍ବାଚନ ଆୟୋଗର ସର୍ତ୍ତକୁ ପୂରଣ ନକଲେ ଜବତ ହୋଇଥାଏ । ଆସନ୍ତୁ ଜାଣିବା କିପରି ଜବତ ହେଉଛି ଏହି ଜମାନତ ରାଶି ଏବଂ ଏହାର ନିୟମ କଣ...
ଭାରତୀୟ ସମ୍ୱିଧାନର ଅନୁଚ୍ଛେଦ ୮୪(ଖ) ଅନୁସାରେ ୨୫ ବର୍ଷରୁ ଅଧିକ ଯେ କୌଣସି ବ୍ୟକ୍ତିକୁ ଲୋକସଭା ନିର୍ବାଚନ ଲଢିବାର ଅଧିକାର ରହିଛି । ନିର୍ବାଚନ ଲଢିବା ପାଇଁ ବ୍ୟକ୍ତି ମତଦାତା ଭାବେ ଦେଶରେ କୌଣସି ସ୍ଥାନରେ ପଞ୍ଜିକୃତ ହୋଇଥିବା ଦରକାର । ଏହପରେ ସେ କୌଣସି ସ୍ଥାନରୁ ମଧ୍ୟ ନିର୍ବାଚନ ଲଢିପାରିବେ ।
ଭାରତୀୟ ଜନପ୍ରତିନିଧିତ୍ୱ ନିୟମର ଧାରା ୮(୩) ଅନୁସାରେ ଦୁଇ ବର୍ଷ କିମ୍ବା ତାଠାରୁ ଅଧିକ ଦଣ୍ଡାଦେଶ ଭୋଗ କରିଥିବା ବ୍ୟକ୍ତିକୁ ନିର୍ବାଚନ ଲଢିବାର ଅଧିକାର ନାହିଁ । ଯଦି ଏପରି ବ୍ୟକ୍ତି ନର୍ବାଚନ ପାଇଁ ନାମାଙ୍କନ ଦାଖଲ କରେ ତେବେ ତାକୁ ଅଯୋଗ୍ୟ ଘୋଷିତ କରା ଯାଇଥାଏ । ସେହି ପରି କୌଣସି ବ୍ୟକ୍ତି ଦୁଇଟିରୁ ଅଧିକ ଆସନରେ ନର୍ବାଚନ ଲଢିପାରିବ ନାହିଁ।
ଭାରତୀୟ ଜନପ୍ରତିନିଧିତ୍ୱ ଆଇନ ଅନୁସାରେ ଲୋକସଭା ନର୍ବାଚନ ଲଢିବା ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନାମାଙ୍କନ ଦାଖଲ କରିବା ସମୟରେ ୨୫ ହଜାର ଟଙ୍କା ଜମାନତ ରାଶି ଜମା କରିବାକୁ ପଡିଥାଏ । ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କୁ ଏଥିରୁ ବାଦ ଦିଆଯାଇଛି । ଏସଟି ଏବଂ ଏସସି ପ୍ରାର୍ଥୀଙ୍କୁ ମାତ୍ର ୧୨୫୦୦ ଟଙ୍କା ଜମାନତ ରାଶି ଜମା କରିବାକୁ ପଡିଥାଏ । ସେହିପରି ବିଧାନସଭା ପାଇଁ ସାଧାରଣ ବର୍ଗର ଲୋକଙ୍କ ପାଇଁ ୧୦ ହଜାର ଏବଂ ଏସଟି-ଏସସି ପାଇଁ ୫ ହଜାର ଟଙ୍କା ଜମା କରିବାକୁ ପଡିଥାଏ ।
ଭାରତୀୟ ନିର୍ବାଚନ ଆୟୋଗ ନିୟମ ଅନୁସାରେ ଯଦି କୌଣସି ପ୍ରାର୍ଥୀ ସେହି ଲୋକସଭା ଆସନରେ ହୋଇଥିବା ବୈଧ୍ୟ ଭୋଟର ୧୬.୬ ପ୍ରତିଶତ ଭୋଟ ହାସଲ କରିବାରେ ଅସଫଳ ରହେ ତେବେ ଜମା କରାଯାଇଥିବା ରାଶିକୁ ଜବତ କରି ରାଜକୋଷରେ ସାମିଲ କରାଯାଇଥାଏ । ପ୍ରାର୍ଥୀଙ୍କ ରାଶିକୁ ଜବତ କରିବା ପ୍ରକ୍ରିୟା ପ୍ରଥମ ଲୋକସଭା ନିର୍ବାଚନରୁ ଆରମ୍ଭ ହୋଇଛି । ୧୯୫୧-୫୨ର ସାଧାରଣ ନିର୍ବାଚନରେ ୧୮୭୪ ପ୍ରାର୍ଥୀଙ୍କ ମଧ୍ୟରୁ ୭୪୫ (୪୦) ପ୍ରତିଶତଙ୍କ ରାଶକୁ ଜବତ କରାଯାଇଛି । ୧୯୯୬ ସାଧାରଣ ଲୋକସଭା ନିର୍ବାଚନରେ ୯୧ ପ୍ରତିଶତ ପ୍ରାର୍ଥୀଙ୍କ ଜମାନତ ରାଶି ଜବତ ହୋଇଥିଲା । ପ୍ରଥମ ସାଧାରଣ ନିର୍ବାଚନରେ ନ୍ୟାସନେଲ ଦଳ ମାନଙ୍କର ୨୮ ପ୍ରତିଶତ ପ୍ରାର୍ଥୀ ନିଜର ରାଶି ହରାଇଥିଲେ।
ବର୍ଷ ୨୦୧୪ରେ ମୋଦୀ ଲହରୀ ସାମ୍ନାରେ ୮୭୪୮ ପ୍ରାର୍ଥୀମାନଙ୍କ ମଧ୍ୟରୁ ୭୫୦୨ ପ୍ରାର୍ଥୀ ନିଜ ଆସନରେ ୧୬.୬ ପ୍ରତିଶତ ଭୋଟ ପାଇବାରେ ଅସଫଳ ହୋଇଥିଲେ ଏବଂ ସେହିମାନଙ୍କ ରାଶିକୁ ଜବତ କରାଯାଇଥିଲା ।

No comments:

Post a Comment