ଫେସ୍ବୁକ୍ ଏବଂ କେମ୍ବ୍ରିଜ୍ ଆନାଲିଟିକା ପ୍ରଥମ ଥର ପାଇଁ ଡାଟା ଚୋରି ମାମଲାକୁ ନେଇ ସିବିଆଇକୁ ଜବାବ ଦେଇଛି । ପୂର୍ବରୁ ଏହି ଦୁଇ କମ୍ପାନୀକୁ ଡାଟା ଚୋରି ନେଇ ତଥ୍ୟ ଦେବା ପାଇଁ ନୋଟିସ୍ ଜାରି କରାଯାଇଥିଲା । ଏହା ପରେ ବୁଧବାର ଡାଟା ଚୋରିକୁ ନେଇ ଚାଲୁଥିବା ମାମଲା ଉପରେ ପ୍ରଥମ ଥର ପାଇଁ ଫେସ୍ବୁକ୍ ଏବଂ କେମ୍ବ୍ରିଜ୍ ଆନାଲିଟିକା ନିଜର ଜବାବ ରଖିଥିବା ସ୍ପଷ୍ଟ କରିଛି ସିବିଆଇ । କିନ୍ତୁ ଦୁଇ କମ୍ପାନୀ ତରଫରୁ ଦିଆଯାଇଥିବା ସୂଚନା ଯଥେଷ୍ଟ ନଥିବାରୁ ଏ ନେଇ ଫେସ୍ବୁକ୍ ଏବଂ କେମ୍ବ୍ରିଜ୍ ଆନାଲିଟିକାକୁ ଅଧିକ ତଥ୍ୟ ଦେବା ପାଇଁ ପୁଣି ଥରେ ନୋଟିସ୍ ପଠା ଯାଇଥିବା ସ୍ପଷ୍ଟ କରିଛି ସିବିଆଇ । ଏହି ମାମଲାକୁ ନେଇ ଅଧିକ ସୂଚନା ଦେବା ପାଇଁ ସିବିଆଇ ତରଫରୁ ମନା କରି ଦିଆ ଯାଇଛି ।
ସୂଚନା ମୁତାବକ, ଗତ ବର୍ଷ ଡାଟା ଚୋରି ମାମଲା ସାମ୍ନାକୁ ଆସିବା ପରେ ସିବିଆଇ ଅଧିକାରୀ ଦୁଇ କମ୍ପାନୀକୁ ଏହାର ଜବାବ ମାଗିଥିଲେ ।ଯାହାର ଉତ୍ତର ସେମାନେ ଆଜି ଦେଇଥିବା ବେଳେ ମାମଲାକୁ ନେଇ କିଛି ଗୁୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ରଖିବା ପାଇଁ ସିବିଆଇ ପୁଣି ଥରେ ଦୁଇ କମ୍ପାନୀକୁ ନୋଟିସ୍ ଜାରି କରିଛି । ସିବିଆଇ ତରଫରୁ ପଠା ଯାଇଥିବା ନୋଟିସ୍ରେ, ଦୁଇ କମ୍ପାନୀକୁ ବ୍ୟବହାରକାରୀଙ୍କ ପ୍ରୋଫାଇଲ୍ରୁ ଚୋରି ହୋଇଥିବା ଡାଟାର ସମୂର୍ଣ୍ଣ ବିବରଣୀ ମଗା ଯାଇଛି ।
No comments:
Post a Comment