Welcome To BN News . Always With Common People .

Breaking

Tuesday 4 February 2020

କେନ୍ଦ୍ରୀୟ ଚାକିରି କରାଇଦେବାକୁ କହି ଯୁବକଙ୍କଠାରୁ ୧୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ


ସ୍ଥାୟୀ ଚାକିରି ସାଙ୍ଗକୁ ଭଲ ଦରମା | କିଛି ଏଭଳି ପ୍ରତିଶୃତି ଦେଇ ଜଣେ ଯୁବକଙ୍କଠାରୁ ୧୫ ଲକ୍ଷ ଟଙ୍କା ଠକିନିଆଯାଇଥିବାର ଅଭିଯୋଗ ସାମ୍ନାକୁ ଆସିଛି | ଆଇଓସିଏଲରେ ଚାକିରି କରାଇ ଦେବାକୁ କହି ୧୫ଲକ୍ଷ ଟଙ୍କା ଠକେଇ କରାଯାଇଥିବାର ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଜଣେ ଯୁବକ ଅଭିଯୋଗ କରିଛନ୍ତି । ଭୁବନେଶ୍ୱରର ଖଣ୍ଡଗିରି ଅଂଚଳରେ ରହୁଥିବା ବାଲେଶ୍ୱରର ସାଗର କୁମାର ପାଢୀ ନାମକ ଜଣେ ଯୁବକ ଏପରି ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ ସୁରେଶ ବାରିକ ଓ ବିଜେନ୍ଦ୍ର ସିଂ ନାମକ ଦୁଇ ବ୍ୟକ୍ତି ସାଗରଙ୍କୁ ଆଇଓସିଏଲରେ ଚାକିରି କରାଇ ଦେବେ କହି ୧୫ ଲକ୍ଷ ଟଙ୍କା ଠକି ନେଇଛନ୍ତି । ସବୁଠାରୁ ବଡ କଥା ହେଉଛି ସାଗରକୁ ନେଇ ସେମାନେ ଆଇଓସିଏଲ ଅଫିସ ଭିତରକୁ ଯାଇଥିଲେ ।
ସବୁ ବିଭାଗରେ ବୁଲାଇ କେଉଁଠାରେ ପୋଷ୍ଟିଂ ହେବ ତାହା ବି ଦେଖାଇ ଥିଲେ । ସାଗରଙ୍କ ମନରେ ବିଶ୍ୱାସ ହେବା ପରେ ଦୁଇ ଠକ ବ୍ୟାଙ୍କ ଆକାଉଣ୍ଟ ଯୋଗେ ୧୦ଲକ୍ଷ ଟଙ୍କା ଓ ନଗଦ ୫ଲକ୍ଷ ଟଙ୍କା ନେଇଥିଲେ । ହେଲେ ଟଙ୍କା ପାଇବା ପରେ ସୁରେଶ ଓ ବିଜେନ୍ଦ୍ର ଧରାଛୁଆଁ ଦେଉ ନାହାଁନ୍ତି । ଠକାମିର ଶିକାର ହୋଇଥିବା ଜାଣିବା ପରେ ସାଗର ଏବେ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ।

No comments:

Post a Comment