Welcome To BN News . Always With Common People .

Breaking

Monday 3 February 2020

ମାଲିକ ଲଗାଇଲେ ଶ୍ରମିକଙ୍କୁ ଚୁନା, ବେନାମୀ କାରବାର ପାଇଁ ଆସିଲା ଅଢେଇ ଲକ୍ଷ ଟଙ୍କାର ଆୟକର ନୋଟିସ୍

ଉମରକୋଟ: ଆୟକର ବିଭାଗରୁ ଶ୍ରମିକଙ୍କୁ ଆସିଲା ନୋଟିସ | ପରେ ଘରେ ମୂଲ ଲାଗି ପେଟ ପୋଷୁଥିବା ଜଣେ ଶ୍ରମିକଙ୍କୁ ଅଢେଇ ଲକ୍ଷ ଟଙ୍କାର ନୋଟିସ ଦେଇଛି ଆୟକର ବିଭାଗ | ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୂଜାରୀଗୁଡା ଗାଁର ସନଧର ଗଣ୍ଡଙ୍କ ବ୍ୟାଙ୍କ ଖାତାରେ କାରବାର ହୋଇଛି ଏକକୋଟି ୪୭ ଲକ୍ଷ ୫୭ ଟଙ୍କା । ଆଉ ଏହା ପରେ ଆୟକର ବିଭାଗ ଦେଇଛି ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ନୋଟିସ । ଉମରକୋଟ ଆଇସିଆଇସିଆଇ ବ୍ୟାଙ୍କରେ ଏହି କାରବାର ହୋଇଛି । ଏତେ ଟଙ୍କାର କାରବାର ହେବା ପରେ ଆସିଛି ନୋଟିସ ।

ଦୀର୍ଘଦିନ ହେଲା ସନଧର ସ୍ଥାନୀୟ ଅଚଂଳର ବ୍ୟକ୍ତି ପପୁ ଅଗ୍ରୱାଲଙ୍କ ପାଖରେ କାମ କରିଆସୁଛନ୍ତି । ନିଜର ପେଟ ପୋଷିବା ପାଇଁ ସଂଘର୍ଷ କରୁଥିବା ସନଧରକୁ ଯେତେବେଳେ ଏହି ନୋଟିସ ଆସିଥିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନୋଟିସ ପାଇବା ପରେ ସେ ଏହି ନୋଟିସକୁ ଧରି ନିଜ ମାଲିକଙ୍କ ପାଖକୁ ଯାଇଥିଲେ । କିନ୍ତୁ ମାଲିକ ଏ ନେଇ କିଛି କହି ନଥିଲେ ।
ପରେ ସନଧର ଅନ୍ୟ ବ୍ୟକ୍ତିଙ୍କ ନିକଟରୁ ଏ ବିଷୟ ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଏହାପରେ ସେ ନିଜ ମାଲିକଙ୍କ ନିକଟକୁ ଯାଇ ଏ ବିଷୟରେ ଆପତ୍ତି କରିଥିଲେ। ସନଧରଙ୍କ କହିବା କଥା ହେଲା, ମାଲିକ ଏକ ସାଦା କାଗଜରେ ତାଙ୍କ ଦସ୍ତଖତ ନେଇଯାଉଥିଲେ । ଆଉ ସରଳତାର ସୁଯୋଗ ନେଇ ସଂପୃକ୍ତ ମାଲିକ ଶ୍ରମିକଙ୍କ ବ୍ୟାଙ୍କ ଖାତାରେ କୋଟିକୋଟି ଟଙ୍କାର କାରବାର କରିଥିବା ଜଣାପଡିଛି ।

No comments:

Post a Comment