Welcome To BN News . Always With Common People .

Breaking

Tuesday 26 March 2019

ନିଶା କଫସିରପ ଓ ନିଶା ବନ୍ଦ ପାଇଁ ଖବର ପ୍ରକାଶ ଯୋଗୁଁ ସାମ୍ବାଦିକଙ୍କୁ ହୋଇଥିଲା ଆକ୍ରମଣ: ୨୨ କାର୍ଟୁନ କଫସିରପ ଜବତ, ପୋଲିସକୁ ବଡ଼ ସଫଳତା



 ବଲାଙ୍ଗୀର ଜିଲ୍ଲାରେ ବ୍ୟାପକ ବେଆଇନ ନିଶା କଫ ସିରଫ କାରବାର ଚାଲିବା ସହ ଅନେକ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଇବା ନେଇ ପୂର୍ବରୁ ଆମେ ସମ୍ବାଦ ପରିବେଷଣ କରିଆସୁଥିଲୁ। ଏସକଫ ନାମକ ଏକ ସିରଫ ରେ ବ୍ରାଉନସୁଗର ପରି ନିଶା ମିଶାଇ କିଛି ଅସାମାଜିକ ଅସାଧୁ ବ୍ୟବସାୟୀ ଏ କାରବାରରେ ସମୃକ୍ତ ରହିଛନ୍ତି। ତେବେ ୨୦୦ରୁ ୫୦୦ ଟଙ୍କା ଦରରେ ଅନେକ କଲେଜ ପିଲା ଓ ଅଭ୍ୟସ୍ଥ ମାନେ କିଣୁ ଥିବା ବେଳେ ମାନସିକ ରୋଗୀ ପାଲଟିବା ସହ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି। ତେବେ ଜଣେ ଟିଭି ପ୍ରତିନିଧି ଙ୍କୁ କିଛି ନିଶା ବିରୋଧୀ ସମାଜିକ କର୍ମୀ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ଖବର ପାଇଁ ସୁଟିଙ୍ଗ କରି ପ୍ରସାରଣ କରିବା ପାଇଁ ଅନୁରୋଧ କରିଥିଲେ ଓ ସେ ଘେରାଉ ବିଷୟରେ ଖବର ତାଙ୍କ ଚ୍ୟାନେଲ ରେ ପ୍ରସାରଣ କରିଥିଲେ। ଏ ନେଇ ରାଗ ରଖି ତାଙ୍କୁ ଗତ ୧୪ ତାରିଖରେ ଆକ୍ରମଣ ଏହି କାରବାର ରେ ସମ୍ପୃକ୍ତ ଯୁବକ କରିଥିଲେ। ସେହିପରି ଏହି ଜିଲ୍ଲା ରେ ଜଣେ ସମାଜ ଖବରକାଗଜ କର୍ମୀ ଙ୍କୁ ମଧ୍ୟ ପୂର୍ବରୁ ରକ୍ତାକ୍ତ କରି ଲୁଟ କରାଯାଇଥିଲା। ହେଲେ ଜିଲ୍ଲା ରେ ଏହି ଅସାଧୁ ବ୍ୟବସାୟୀ ଙ୍କୁ ଗିରଫ କରିବା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା। ଏପରି କି ରାଜନୈତିକ ଛତ୍ରଛାୟା ଵି ରହୁଥିବା ସୂଚନା ମିଳିଛି।

ଯୁବ ପିଢ଼ି ଓ ଅନେକ ଛାତ୍ର, ଅଭ୍ୟସ୍ତ ହୋଇ ନିଶା ପାଇଁ ଅସାମାଜିକ କାର୍ଯ୍ୟ କରିବା ରେ ଲାଗିଛନ୍ତି, ତେବେ ଅନେକ ଯୁବକ ଓ ବ୍ୟକ୍ତି ମାନସିକ ରୋଗୀ ପାଲଟିଯିବା ଜଣା ପଡିଛି। ଏ ସିରଫ ରେ କେଉଁ ନିଶା ରହୁଛି ସେ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଚଢ଼ାଉ ଆରମ୍ଭ କରିବା ସୂଚନା ଦେଇଛନ୍ତି। ତେବେ ତିନି ଜଣ ବିକ୍ରେତା ଙ୍କୁ ଗିରଫ ଓ କୋର୍ଟ ଚାଲାଣ କରିବା ଦ୍ୱାରା ଅନ୍ୟ କେତେକ ବ୍ୟବସାୟୀ ଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ଓ ଅଧିକ ଦରରେ ବିକ୍ରି କରିବା ଓ ବିକ୍ରି କମେଇ ଦେବା ଜଣା ଯାଇଛି ।

ତେବେ ଜିଲ୍ଲା ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ରେଳ ଷ୍ଟେସନ ନିକଟରେ ୨ ଟି ଚାରିଚକିଆ ଗାଡି ଉପରେ ଚଢ଼ାଉ କରି ବିପୁଳ ପରିମାଣର ଏହି ଏସକଫ ସିରଫ ଜବତ କରିଛି।ତଥା ୫ ଜଣ ବଲାଙ୍ଗୀର ର ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଅଭିଯୁକ୍ତ ଙ୍କ ଠାରୁ ୪ଟି ମୋବାଇଲ ଫୋନ ଓ ୨ ହଜାର ୨ ଶହ ଟଙ୍କା ଓ ବାଇଶ କାର୍ଟୁନ ସିରଫ ବୋତଲ ଜବତ କରାଯାଇଛି। ୨ ଟି ଗାଡି ସଂଖ୍ୟା, ଓଡ଼ି,୦୩୨୦୯୩,ର ଟା ଟା ଏସି ଓ ଅନ୍ୟ ଟି ମହିନ୍ଦ୍ରା ସ୍କରପିଓ ସଂଖ୍ୟା, ଓଆର,୦୨ବି୦୨୩୪ ଜବତ କରାଯାଇଛି। ପ୍ରକାଶ ଯେ ବଲାଙ୍ଗୀର ମ୍ୟାଡ଼ିକାଲ କଲେଜ ଡାକ୍ତର ଖାନା ରେ ଗତ ଦୁଇ ମାସରେ ୧୪ ଜଣ ଏ ସିରଫ ପି ମାନସିକ ଭାରସାମ୍ୟ ହରାଇ ଚିକିତ୍ସିତ ହେଉଛନ୍ତି। ଏହି କାରବାର ନେଇ ବିଭାଗୀୟ ଉଚ୍ଚ ତଦନ୍ତ ସହ ଜିଲ୍ଲା ରେ ସମ୍ପୂର୍ଣ୍ଣ ବନ୍ଦ କରି ଯୁବକ ଙ୍କ ଭବିଷ୍ୟତ ରକ୍ଷା କରିବା ପାଇଁ ଦାବି ହେଉଛି।

No comments:

Post a Comment