Welcome To BN News . Always With Common People .

Breaking

Showing posts with label Accident. Show all posts
Showing posts with label Accident. Show all posts

Monday, 1 April 2019

11:01

ବିଗ୍‌ ବଜାରରେ ଅଗ୍ନିକାଣ୍ଡ; ଜଳିଗଲା ଡ୍ୟାନ୍ସ ବାର୍‌


କଟକ: କଟକ ଦରଘା ବଜାରରେ ଥିବା ବିଗ୍‌ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବିଗ୍‌ ବଜାରର ଚତୁର୍ଥ ମହଲାରେ ଥିବା ଏକ ଡ୍ୟାନ୍ସ ବାର୍‌ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା। ୩ଟି ଦମକଳ ଗାଡ଼ି ପ୍ରାୟ ୫ଘଣ୍ଟା ଧରି ପରିଶ୍ରମ କଲା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।
ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଏସିରୁ ସର୍ଟ ସର୍କିଟ ହୋଇ କିମ୍ବା ସିଗାରେଟ୍‌ରୁ ଏହି ନିଆଁ ଲାଗଥିବା ଅନୁମାନ କରାଯାଉଛି।


ନିଆଁ ଲାଗିବା ପରେ ବିଲ୍ଡିଂରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ସେଥିପାଇଁ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀକୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଧୂଆଁ ନିଷ୍କାସନ ପାଇଁ ଅଗ୍ନିଶମ ବାହିନୀ ନାକେଦମ୍‌ ହୋଇଯାଇଥିଲା। ଏଥିପାଇଁ ବାର୍‌ ଭିତରେ ଥିବା କବାଟ ଓ ଝରକା ଭାଙ୍ଗିବାକୁ ପଡ଼ିଥିଲା। ଅଗ୍ନିକାଣ୍ଡରେ ଡ୍ୟାନ୍ସ ବାର୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଛି।
ଏହି ଅଗ୍ନିକାଣ୍ଡ ବେଳେ ବିଗ୍‌ ବଜାର କୋଠାରେ କେହି ଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଏଥିସହ ସେଠାରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁଥିଲା କି ନାହିଁ, ତାହା ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି।